Jump to content

User:Barik Rajesh

From Wikipedia, the free encyclopedia

ଫ୍ରେଣ୍ଡସିପ୍

କଲେଜ୍ ର ରେଜଲ୍ଟ ଟା ଶୁଣି  ଉଦାସର ନଈ ପଠାରେ ଏକାକୀ ବସିଛି ସରୋଜ । ନା ଅଛି ଓଠରେ ହସ ନା ଅଛି ଇଂରାଜୀ ପେପରେ ବ୍ୟାକ୍ ଲାଗିବାର ଦୁଃଖ । ଖାଲି ସେ ଅଭିମାନ କରିଛି । ହଁ ସେ ଅଭିମାନ କରିଛି ତା ସାଙ୍ଗ ଚକରା ଉପରେ ।  କାହିଁକି ନା ସମସ୍ତେ କହୁଛନ୍ତି ତୁ ତୋ ସାଙ୍ଗ ଚକରା ପାଇଁ ଫେଲ୍ ହୋଇଗଲୁ। ଆଉ ତୋ ସାଙ୍ଗମାନେ ବହୁତ ଖରାପ ତୁ ଯେତେ ଦିନ ପର୍ଯ୍ୟନ୍ତ ଏମାନଙ୍କ ସହ ମିଶୁ ଥିବୁ ଜୀବନରେ କିଛି କରି ପାରିବୁ ନାହିଁ। ସତରେ ମୋ ସାଙ୍ଗ ଚକରା ଏତେ ଖରାପ? ଆଉ ........ମୁଁ ।

       ବର୍ଷ ସାରା କଲେଜ୍ ରେ ମଜାମସ୍ତି ରେ କାଟୁ କାଟୁ ସମୟ ଗୁଡାକ ପାଣି ଭଳି କେମିତି  ବୋହିଗଲା ଯେ କିଛି ବି ଜଣାପଡିଲା ନାହିଁ। କେତେବେଳେ ଝିଅ ପିଲାଙ୍କ ସାଇକେଲ୍ ପମ୍ପଚର କରିବା ତ କେତେବେଳେ ଜୁନିୟର ମାନଙ୍କୁ ରେଗିଙ୍ଗ। କେତେବେଳେ ହିରୋ ଗିରି  ଦେଖାଇବା ତ କେତେବେଳେ ବାଧ୍ୟ୍ୟ ହୋଇ କ୍ଲାସ  କରିବା ଛଡା କିଛି ନଥାଏ।  ସାର୍ଟଟା ର  ଉପର ବଟମ୍ ଦିଟା ଖୋଲିଦେଇ ଚକରା ର ବାଇକ୍ ପଛରେ ବସି  ଲାଇନ୍ ମାରିବା ର ମଜା ଆଉ କେଉଁଠି ମିଳେନାହିଁ । ସନ୍ଧ୍ୟା ରେ ଚାଓମିନ୍ ଆଉ ରାତିରେ ଖେଳପଡିଆ ର ଆକାଶ ଟା ଫୁଲ୍ ରଙ୍ଗିନ୍ ରଙ୍ଗିନ୍ ଲାଗୁଥିଲା। ସାଇକେଲ୍ ପଛ ନୋଟ୍ ବୁକ୍  କହିଲେ ଥିଲା ଆମର ପାଠ। ବାପାଙ୍କ ପକେଟ୍ ରୁ ଚୋରି କରି  ଗାର୍ଲ ଫ୍ରେଣ୍ଡ କୁ ଦେଖା କରିବାକୁ ଯାଇ କେତେଥର ବାଡ ଡେଇଁଛି ତାର ହିସାବ ନାହି୍ନାହିଁ।

          ସତରେ ସମସ୍ତେ ଏତେ ଶିଘ୍ର ବଦଳି ଜିବେ ବୋଲି ବିଶ୍ବାସ ହେଉନି। ପରିକ୍ଷାରେ ଗୋଟେ ବ୍ରେକ୍ ଲାଗିଗଲା ବୋଲି କେହି ଫୋନ୍ ଉଠାଇବେ ନାହିଁ। ଘରେ ବାପା ମାଁ ଆଉ ଏ ପାଖେ ସାଙ୍ଗ ସାଥୀ ............. ଛାଡ  ........ ଜୀବନ ଟା ଦୁଃଖ ଭରା । ପଶ୍ଚିମ ଆକାଶ ଟା ରକ୍ତିମ ଦିଶୁଥାଏ ..... ସତେ ଯେମିତି ସବୁ ସ୍ବପ୍ନ  ସବୁ ଆଶା ବୁଡିଯାଉଛି ଏଇ ଅସ୍ତଗାମୀ ସୂର୍ଯ୍ୟଙ୍କ ସହ ଆଉ ଲାଗୁଛି ମୁଁ ବୋଝ ହୋଇ ଲଦି ହୋଇଛି ଏଇ ପୃଥିବୀ ଉପରେ। କିଛି ବୁଦ୍ଧି ବାଟ ଦିଶୁନଥାଏ   ........ ନଦୀରେ ଅକାତ ଜଳରାଶି ବ୍ରିଜ୍ ଉପରେ ମୁଁ  ! ଆଉ କିଛି ଭାବିବା ଆଗରୁ         

        ହଠାତ୍ କେହିଜଣେ ପଛପଟୁ ହାତ ରଖିଲା କାନ୍ଧ ଉପରେ। ଆଶ୍ଚର୍ଯ୍ୟ ର ସୀମା ରହିଲା ନାହିଁ। ପାଟିରୁ ଭାଷା ବାହାରୁ ନଥାଏ   ମୁଁ କିଛି କହିବା ଆଗରୁ ଚକରା ଆଉ ଚିନ୍ମୟ କହିଲେ ଆମ ଦୁଇଜଣ କହିଲେ ଆମେ ଦୁଇ ଜଣଙ୍କର ବି ବେକ୍ ଲାଗିଛି ।  ଓଠରେ ହସ ଧାରେ ଖେଳିଗଲା । ଲୁହ ଭିଜା ଆଖି କୁ ପୋଛି ଦେଇ  ସରୋଜ  କହିଲା ଚାଲ ଆମେ ପାର୍ଟି କରିବା ଆଉ ଏକ ଯୁଦ୍ଧ୍ୟ ପାଇଁ । ଆଉ ସମସ୍ତଙ୍କ ଓଠରେ ହସ ଖେଳି ଗଲା ।

          ସମସ୍ତ ଙ୍କୁ ଗୋଟିଏ କଥା ମାନିବାକୁ ପଡିବ ଜୀବନ ରେ ଦୁଃଖ ଆସୁ କି ସୁଖ  ସବୁଥିରେ ଗୋଟିଏ ବନ୍ଧୁ ର ଆବଶ୍ୟକତା ରହିଛି ।

                    ****